ଜୀବନ ଗୀତା-୪୧୨
ଜୀବନ ଗୀତା-୪୧୨
1 min
563
ଜୀବନଟା କାର କୋଳାହଳପୂର୍ଣ୍ଣ
କାହାର ନିରୋଳା ଲଗ୍ନ
କିଏ ଦେଖୁଥାଏ ନିଦରେ ସପନ
କିଏ ପୁଣି ନିଦ୍ରାହୀନ ॥୦॥
ଆଖିରେ କାହାର
ଆଖିଏ ଉଦାସ
ଓଠରେ କାହାର
ମଲ୍ଲୀଫୁଲ ହସ
ଗେଲବସରରେ କଟେ କାର ଦିନ
କିଏ ପୁଣି ହୀନିମାନ ॥୧॥
ଅନ୍ତରେ କାହାର
ହଳାହଳ ବିଷ
କଥାରେ କାହାର
ଝରଇ ପୀୟୂଷ
କିଏ ବସିଥାଏ ତଳ ପାହାଚରେ
କିଏ ପାଏ ଉଚ୍ଚାସନ ॥୨॥
