ଜୀବନ ଗୀତା-୪୧୦
ଜୀବନ ଗୀତା-୪୧୦
1 min
829
ଉଚ୍ଚ ଆସନରେ ବସି
ଜୀବନ ହସେ
ଗଭୀରତା ନଥାଏତ
ତାହାରି ପାଶେ ॥୦॥
ତଳ ବରଡା ଖସି ପଡଇ
ଉପର ହସିହସି ଗଡଇ
ମଝି ଥାଇ କହେ ଭାଇ
ମୋର ବେଶୀ ବେଳ ନାହିଁ
କହି ହେବନାହିଁ କେବେ
ଡାକରା ଆସେ ॥୧॥
ଯେତିକି ବେଳ ରହିଛି ହାତେ
ସେବା ଧର୍ମରେ ଦିନ ମୋ ବିତେ
ଦିନ ଆସେ ସରିସରି
ଭଲକାମ ଯିବି କରି
ଉପର ବରଡା ଶୁଣି
ମୁରୁକି ହସେ ॥୨॥
