STORYMIRROR

Geeta Sarangi

Others

5.0  

Geeta Sarangi

Others

ଜୀବନ ଗୀତା-୪୧୦

ଜୀବନ ଗୀତା-୪୧୦

1 min
822


ଉଚ୍ଚ ଆସନରେ ବସି

ଜୀବନ ହସେ

ଗଭୀରତା ନଥାଏତ

ତାହାରି ପାଶେ ॥୦॥

ତଳ ବରଡା ଖସି ପଡଇ

ଉପର ହସିହସି ଗଡଇ

ମଝି ଥାଇ କହେ ଭାଇ

ମୋର ବେଶୀ ବେଳ ନାହିଁ

କହି ହେବନାହିଁ କେବେ

ଡାକରା ଆସେ ॥୧॥

ଯେତିକି ବେଳ ରହିଛି ହାତେ

ସେବା ଧର୍ମରେ ଦିନ ମୋ ବିତେ

ଦିନ ଆସେ ସରିସରି

ଭଲକାମ ଯିବି କରି

ଉପର ବରଡା ଶୁଣି

ମୁରୁକି ହସେ ॥୨॥


Rate this content
Log in