ଜୀବନ ଗୀତା-୪୦୯
ଜୀବନ ଗୀତା-୪୦୯
1 min
221
ଜୀବନ କାହାର ଅକର୍ମଶିଳା
କାହାର ପରଶ ପଥର
ହସିଖେଳି କାର ସରେନା ଦିନ
କାହାର ଜୀବନ ବ୍ୟଥାର ॥୦॥
ଅକାରଣେ କାର
କପାଳ ଫାଟେ
ମାଟି ଛୁଇଁଲେ କେ
ସୁନା ପାଲଟେ
ଜୀବନ ଯାତନାର ଗନ୍ତାଘର
କାହାପାଇଁ ପୁଣି ସୁନ୍ଦର ॥୧॥
ଭାଗ୍ୟ ଭଲ ଥିଲେ
ସବୁତ ଭଲ
କର୍ମ ଅବଳକୁ
ହୁଅଇ ଭେଲ
କାହାର ଜୀବନ ଶ୍ମଶାନଭୂଇଁ
କାହାପାଇଁ ପୂଣ୍ୟ ମନ୍ଦିର ॥୨॥
