ଜୀବନ ଗୀତା-୪୦୭
ଜୀବନ ଗୀତା-୪୦୭
1 min
23.9K
ଜୀବନ ଯନ୍ତାରୁ ମୁକୁଳିବା ପାଇଁ
ତପସ୍ୟା କେତେ କେ କରେ
ତଥାପି ମୁକୁଳି ପାରେନାହିଁ ସେତ
କେବେହେଁ ଜୀବ ଦ୍ଦଶାରେ ॥୦॥
ବୟସ ଖସିଲେ ଅଣାୟତ୍ତ ଦେହ
ମାଡିବସେ ସବୁ ରୋଗ
ସାରାଟା ଜୀବନ ଦଉଡି ଦଉଡି
କରିପାରେ ନାହିଁ ଭୋଗ
ଜୀବନ ସାଥିରେ ଲଢୁଥାଏ କେବେ
କେବେ ମରଣ ସାଥିରେ ॥୧॥
ମଖମଲି ମନ ମଉଳି ପଡଇ
ବୟସର ସାଥେସାଥେ
ବଂଚିବା ମରିବା ସମାନ ଲାଗଇ
ଜୀବନର ଶେଷପଥେ
ସଂସାର ଅସାର ହୋଇଯାଏ ଯେବେ
ଜୀବନ ଯୁଦ୍ଧରେ ହାରେ ॥୨॥
