STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୦୬

ଜୀବନ ଗୀତା-୪୦୬

1 min
721


ଜୀବନ କାହାର ଘଟଣାବହୁଳ

କାହାରବା ସାଧାରଣ

କାହାର ଜୀବନ ଚମକପ୍ରଦ ତ

କାହାରବା ରଂଗହୀନ ॥୦॥

ସାଧନାମୟ ଜୀବନରେ ଆସେ

କେତେ ଘାତପ୍ରତିଘାତ

ସଂଗ୍ରାମ ଯିଏ ଜାରି ରଖିଥାଏ

ପାରି ହୋଇଯାଏ ସେତ

ନିରଳସ ଯାର ଜୀବନଯାପନ

ସିଏତ ଅସାଧାରଣ ॥୦॥

ନିୟନ୍ତ୍ରଣରେ ରଖିପାରେ ଯିଏ

ନିଜ ମନ ଯେତେ ବେଶୀ

ଅଭିଯୋଗହୀନ ଜୀବନ ତାର

ରହେ ସଦାବେଳେ ଖୁସି

ଆତ୍ମ ପ୍ରତ୍ୟୟରେ ଝଲମଲ କରେ

ବ୍ୟକ୍ତିତ୍ୱ ତାର ମହାନ ॥୨॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍