ଜୀବନ ଗୀତା-୪୦୩
ଜୀବନ ଗୀତା-୪୦୩
1 min
437
ନିଜନିଜ କୁରୁକ୍ଷେତ୍ର
ରାତିଦିନ ଲଢେ ଜୀବନ
ଧନୀ ହେଉବା ଗରିବ
ସଭିଙ୍କର ପାଇଁ ସମାନ ॥୦॥
ଲହୁରେ ବତୁରେ କେବେ
ଲୁହରେ ବତୁରେ
ରଣକ୍ଷେତ୍ରେ ପଛାଏକେ
ପରାଣ ଆତୁରେ
ହାରୁଥାଏ ଜିତୁଥାଏ
ଦଶମାଣ ଜମିଥାଉ
ଅବା ସିଏ ଖଟୁ ଦାଦନ ॥୧॥
ସମୟ ତ ମୂକସାକ୍ଷୀ
ଜୀବନ ଯୁଦ୍ଧର
ସ୍ୱର୍ଣ୍ଣାକ୍ଷରେ ରହିଯାଏ
ବକ୍ଷରେ ତାହାର
ଦେଖୁଥାଏ ଲେଖୁଥାଏ
ସମୟ ଠାରୁବା ଆଉ
ଅଛି କିଏସେ ବଳବାନ ॥୨॥
