STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୪୦୩

ଜୀବନ ଗୀତା-୪୦୩

1 min
430


ନିଜନିଜ କୁରୁକ୍ଷେତ୍ର

ରାତିଦିନ ଲଢେ ଜୀବନ

ଧନୀ ହେଉବା ଗରିବ

ସଭିଙ୍କର ପାଇଁ ସମାନ ॥୦॥

ଲହୁରେ ବତୁରେ କେବେ

ଲୁହରେ ବତୁରେ

ରଣକ୍ଷେତ୍ରେ ପଛାଏକେ

ପରାଣ ଆତୁରେ

ହାରୁଥାଏ ଜିତୁଥାଏ

ଦଶମାଣ ଜମିଥାଉ

ଅବା ସିଏ ଖଟୁ ଦାଦନ ॥୧॥

ସମୟ ତ ମୂକସାକ୍ଷୀ

ଜୀବନ ଯୁଦ୍ଧର

ସ୍ୱର୍ଣ୍ଣାକ୍ଷରେ ରହିଯାଏ

ବକ୍ଷରେ ତାହାର

ଦେଖୁଥାଏ ଲେଖୁଥାଏ

ସମୟ ଠାରୁବା ଆଉ

ଅଛି କିଏସେ ବଳବାନ ॥୨॥


Rate this content
Log in