STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪

ଜୀବନ ଗୀତା-୪

1 min
13.4K


ଜୀବନ ଗୀତା- ୪ 
 
ଜୀବନ ଏମିତି ଏକ ଚଲାପଥ
କେବେ କଣ୍ଟକିତ କେବେ କୁସୁମିତ
କେବେ ଖରା କେବେ ଛାଇ ଯତିପାତ ॥୦॥
 
କେବେ ଫୁଲବନ ହେଇ ହସୁଥାଏ ଏ ଜୀବନ
କେବେ କଣ୍ଟାବଣ ହେଇ ଦେଇଯାଏ କ୍ଷତଚିହ୍ନ
ଛାଇ ଆଲୁଅର ଛକାପଞ୍ଝା ଖେଳ
ଚାଲିଥାଏ ଜୀବନରେ ଅବିରତ ॥୧॥
 
କେବେ ଜୀବନଟା ଲାଗୁଥାଏ ଗୋଟେ ମରୁଭୂମି
ପୁଣି ଅଚାନକ ଆସିଯାଏ ଦିନେ ମଉସୁମି
ଖରା ପରେ ବର୍ଷା ବର୍ଷା ପରେ ଖରା
ଏତ ଜୀବନର ଏକମାତ୍ର ସତ୍ୟ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍