STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୯୮

ଜୀବନ ଗୀତା-୩୯୮

1 min
290


ଜୀବନ ଯନ୍ତାରେ

ପେଷି ହୋଇହୋଇ

କଟିଗଲା ଦିନ

ସବୁ ସହି ସହି ॥୦॥

ଆପତ୍ତି ନାହିଁକି

ନାହିଁ ଅଭିଯୋଗ

ନାରୀ ଭାଗ୍ୟେ ଯତେ

ଅଛି ଭୋଗାଭୋଗ

ଖଣ୍ଡନ କରିବ

ନାହିଁ ଜଣେ କେହି ॥୧॥

ଝିଅ ବୋଲି ଜାଣି

କରିଦିଅ ନଷ୍ଟ

ଜନ୍ମିଲେ ଜୀବନେ

ଭୋଗେ ଯେତେ କଷ୍ଟ

ବୁଝିଛକି ଦୁଃଖ

ଥରେ ତାର କେହି ॥୨॥

ସ୍ୱୀକୃତି ଚାହେଁ ସେ

ଚାହେଁ ସନମାନ

କେତେ ସୁନ୍ଦର ତା

ଶରୀର ପରାଣ

ଅତି ଯତନରେ

ଗଢିଅଛି ବିହି ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍