STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୯୬

ଜୀବନ ଗୀତା-୩୯୬

1 min
447


ଜୀବନରେ ଯେବେ ଭାଗ୍ୟ

ସାଜଇ ଭଗାରି

ସୁଖ ହୁଏ ସ୍ୱାର୍ଥପର

ନିଶ୍ଚୟ ତାହାରି ॥୦॥

ଭୋକଶୋଷ ଭୁଲି ଦଉଡି ଦଉଡି

ଜୀବନଟା ସାରା ଗଲା

କିଏବା କାହାର ସଭିଏଁତ ପର

ପଚାରୁଛି କିଏ ଭଲା

ରାତିତ ଲମ୍ବିଛି ସପନ ସରିଛି

ବିଗତ ସୁଖ ତ ଆଉ

ଆସିବନି ଫେରି ॥୧॥

ମହୁମୁହାଣର ଦିନ ଦିଦିନର

ଲହୁରେ ଲେଖା ଜୀବନ

ହସ ସରିଯାଏ ଲୁହ ସଂଗଦିଏ

ସରିବା ଯାଏ ତ ଦିନ

ଆଜି ଯେ ହସଇ କାଲି ସେ କାନ୍ଦଇ

ସବୁଦିନ ସମାନତ

ନଥାଏ କାହାରି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍