ଜୀବନ ଗୀତା-୩୯୫
ଜୀବନ ଗୀତା-୩୯୫
1 min
260
ଜୀବନର ମଞ୍ଜକଥା
ପଡିଲାନି ବୁଝା
ବେଳଗଡି ସଞ୍ଜହେଲା
ତଥାପି ଅବୁଝା ॥୦॥
କୋଉଠି ରହିଲା ମଞ୍ଜ
କେବେ ପଲ୍ଲବିବ
ସ୍ୱଦେହରେ ତାକୁ ଦିନେ
ଏ ନେତ୍ର ଦେଖିବ
ସମୟ ଯାଉଛି ସରି
ସତେ ଚୋରାବାଲି ପରି
ତଥାପିବି ସରିଲାନି
ଆଜିଯାଏ ଖୋଜା ॥୧॥
ନିଜକୁ ଚିହ୍ନିବା ପାଇଁ
ଆୟୁଷ ନିଅଣ୍ଟ
ଜୀବନକୁ ଜାଣିବାତ
ପୂରାପୂରି କଷ୍ଟ
ଜୀବନର ମଞ୍ଜକଥା
ସେତ ଜୀବନ ସଂହିତା
ଲଟାଏ ନିରବେ କରି
ଜୀବନକୁ ରଞ୍ଜା ॥୨॥
