STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୯୨

ଜୀବନ ଗୀତା-୩୯୨

1 min
178


ରାଜକୀୟ ଜୀବନ ମୋ

ବାଦଶାହୀ ମନ

ଚେତନାକୁ କୃଷ୍ଣଚୂଡା

କରିଛି ରଂଗିନ ॥୦॥

କଳଙ୍କିତ ନୁହେଁ ମୋର

ପ୍ରେମ କାରବାର

କଳଙ୍କ ଲେପିବା ସିନା

ଆଦତ ତୋହର

ସେ କଳଙ୍କ କଲି ମୁଁଯେ

ମଥାର ଚନ୍ଦନ ॥୧॥

ରେଶମି ଡୋରରେ ବାଂଧି

ହୃଦୟ ମୋହର

ଉପହାର ଦେଇଥିଲି

କରିଦେଲୁ ପର

ଅପବାଦ ଯେତେସବୁ

ତୋହରିତ ଦାନ ॥୨॥

ଭଂଗାଗଢାର ଦୁନିଆ

ଦେଖି ଡରେନାହିଁ

ଭାଂଗିଯିବ ବୋଲି ମନ

ଚିନ୍ତା ମୋର ନାହିଁ

ଫୁଲଝରା ସପନରେ

ଝୁମେ ରାତିଦିନ ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍