ଜୀବନ ଗୀତା-୩୯୧
ଜୀବନ ଗୀତା-୩୯୧
1 min
303
ଜୀବନର ଅଭିଜ୍ଞତା ପରିପକ୍ୱ
ହୋଇଥାଏ ଧୀରେଧୀରେ
ଉତ୍ତରଣର ସହିତ ମନୁଷତ୍ୱ
ବସାବାନ୍ଧେ ଚେତନାରେ ॥୦॥
ଜୀବନ ସଂଗ୍ରାମ ନିରବଚ୍ଛିନ୍ନ
ଭାବରେ ଚାଲିଥାଏ
ପୁସ୍ତକରେ ଲେଖା ନଥାଏ ଯାହା
ଜୀବନ ଶିକ୍ଷାଦିଏ
ଆସ୍ତେଆସ୍ତେ ଧୂଳି ଜମିଯାଏ ସିନା
ଅଚଳ ଜୀବନ ପରେ ॥୧॥
ଚଳଚଞ୍ଚଳ ଜୀବନର ଗତି
ଚିରସ୍ରୋତା ନିର୍ଝର
ଖରସ୍ରୋତା ନଦୀ ଦେହରେ ସିନା
ମାଡଇ ବାଲୁଚର
ଚାଲୁଚାଲୁ ଦିନେ ଜୀବନର ରଥ
ଅଟକେ ରାଜରାସ୍ତାରେ ॥୨॥
