STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୮୯

ଜୀବନ ଗୀତା-୩୮୯

1 min
249


ଜୀବନରେ କିଏ ନୀଳକଣ୍ଠ ସାଜି

ପିଇଯାଏ ହଳାହଳ

କିଏବା ଅନ୍ୟର ଅନ୍ନରେ ନିଇତି

ମିଶାଉଥାଏ ଗରଳ ॥୦॥

ଅନ୍ତରେ ବିଷ ମୁହଁରେ ମଧୁ

ଶତ୍ରୁ ପାଲଟେ ପୁୁରୁଣା ବଂଧୁ

ଦୁନିଆରେ ଏଠିି

ନିତି ଭେଟାଭେଟି

ତଥାପି ମଣିଷ ଚିହ୍ନେନା କାହାକୁ

ଆଖିରେ ତାର ପରଳ ॥୧॥

ଉପାସ କିଏ ଫଳ କେ ଭୁଞ୍ଜେ

ସକାଳ କଥା ନଥାଏ ସଞ୍ଜେ

ଅଙ୍କାବଙ୍କା ପଥେ

କିଏ କେତେ ଝୁଣ୍ଟେ

କିଛି ଲୋକ ପାଇଁ ଜୀବନର ପଥ

ଅଟେ ଅତୀବ ସରଳ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍