ଜୀବନ ଗୀତା-୩୮୯
ଜୀବନ ଗୀତା-୩୮୯
1 min
245
ଜୀବନରେ କିଏ ନୀଳକଣ୍ଠ ସାଜି
ପିଇଯାଏ ହଳାହଳ
କିଏବା ଅନ୍ୟର ଅନ୍ନରେ ନିଇତି
ମିଶାଉଥାଏ ଗରଳ ॥୦॥
ଅନ୍ତରେ ବିଷ ମୁହଁରେ ମଧୁ
ଶତ୍ରୁ ପାଲଟେ ପୁୁରୁଣା ବଂଧୁ
ଦୁନିଆରେ ଏଠିି
ନିତି ଭେଟାଭେଟି
ତଥାପି ମଣିଷ ଚିହ୍ନେନା କାହାକୁ
ଆଖିରେ ତାର ପରଳ ॥୧॥
ଉପାସ କିଏ ଫଳ କେ ଭୁଞ୍ଜେ
ସକାଳ କଥା ନଥାଏ ସଞ୍ଜେ
ଅଙ୍କାବଙ୍କା ପଥେ
କିଏ କେତେ ଝୁଣ୍ଟେ
କିଛି ଲୋକ ପାଇଁ ଜୀବନର ପଥ
ଅଟେ ଅତୀବ ସରଳ ॥୨॥
