ଜୀବନ ଗୀତା-୩୮୭
ଜୀବନ ଗୀତା-୩୮୭
1 min
467
ଜୀବନର ଯେତେସବୁ
ଅନ୍ତରଂଗ ଅନୁଭବ
ଚିରନ୍ତନ ହୋଇ ସେତ
ରହିଅଛି ରହିଥିବ ॥୦॥
ଆତ୍ମାନୁଭୂତିର ଅକୃତିମ ଉଚ୍ଚାରଣ
ଜୀବନର ଗାଥା ହୋଇରହେ ଚିରଦିନ
ମଣିଷ ମନର ଗହୀର ବନରେ
ପ୍ରେମବୀଜ ପଡିଗଲେ
ଗଜୁରଇ ପ୍ରେମଭାବ ॥୧॥
ମାନବିକ ମୂଲ୍ୟବୋଧ ବଢିବଢି ଯାଏ
ସ୍ନେହଁଶ୍ରଦ୍ଧା ପ୍ରେମଭାବ ଆକାଶକୁ ଛୁଏଁ
ଆକାଶ ବକ୍ଷରେ ତାରା ହୋଇ ଜଳେ
ଧରାପୃଷ୍ଠେ ରଚିଦେଇ
ମମତାର ମହୋତ୍ସବ ॥୨॥
