ଜୀବନ ଗୀତା-୩୮୬
ଜୀବନ ଗୀତା-୩୮୬
1 min
174
ଜୀବନ ରାସ୍ତାର ଯେତେସବୁ
ଛୋଟବଡ ଖାଲଖମା
ଭରୁଭରୁ ଦିନ ସରିଯାଏ
ଜାଣିତ ହୁଏନି ଜମା ॥୦॥
ରାସ୍ତାର ଉପରେ ପଡେ ଯେତେ
ଅଙ୍କାବଙ୍କା ପାଦଚିହ୍ନ
ସମୟ ଲିଭାଇ ଦିଏସବୁ
ରହେନାହିଁ ଚିହ୍ନବର୍ଣ୍ଣ
କାଳର ବକ୍ଷରେ ରହିବାକୁ ହେଲେ
ସ୍ୱାକ୍ଷର ନିଜର ଲେଖିପୁଣି
କରିବାକୁ ହେବ ବୀମା ॥୧॥
ସମୟର ଆବର୍ତ୍ତରେ
ରାଜା ହୁଏ ଦିନେ ପ୍ରଜା
ଆଲୋକ ହୁଏ ଅନ୍ଧାର
ଶ୍ରଦ୍ଧା ହୁଅଇ ଅଶ୍ରଦ୍ଧା
ଅଢେଇ ଅକ୍ଷର ମାତ୍ର ଏ ପ୍ରେମର
ଅମର କରଇ ଜୀବନକୁ
ବଢାଇ ତା ପରିସୀମା ॥୨॥
