STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୮୫

ଜୀବନ ଗୀତା-୩୮୫

1 min
489


ଭେକ ଥିଲେ ଭିକ ମିଳେ

ଭୋକ ଥିଲେ ଖାଦ୍ୟ

ଜୀବନର ଅଟେ ଏତ

ସଚ୍ଚା ଉପପାଦ୍ୟ ॥୦॥

ପୋଥିରେ ନମିଳେ ଯେଉଁ ଜ୍ଞାନ ଏଠି

ପ୍ରତ୍ୟକ୍ଷରେ ଯାଏ ମିଳି

ଗୋଟିଏ ହାତରେ ବାଜେନାହିଁ କାର

କେବେବି ତ କରତାଳି

ବେକରେ ପଡିଲେ ଢୋଲ

ଆପେ ବାଜେ ବାଦ୍ୟ ॥୧॥

ନିର୍ମ।ଲ୍ୟ କଣାରେ ଆତ୍ମାର ସନ୍ତୋଷ

ଖିରି ଖେଚୁଡିରେ ନାହିଁ

ଜୀବନତ ଏଠି ପ୍ରତିଟି ପଦରେ

ମୃତ୍ୟୁ ସଂଗେ ମୁହାଁମୁହିଁ

ଇତିରେ ନହୋଇ ଇତି

ଲେଖାହୁଏ ଆଦ୍ୟ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍