STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୮୪

ଜୀବନ ଗୀତା-୩୮୪

1 min
670


ଜୀବନ ଜଳିଛି ପଥେ

ଅଚାନକ ହୁତୁହୁତୁ ହୋଇ

କୁହୁଳିଛି କେବେପୁଣି

ପାଉଁଶ ତଳର ନିଆଁ ହୋଇ ॥୦॥

ବିନ୍ଦୁରେ ବିନ୍ଦୁରେ ପୂରା

ଜୀବନ ଚିତ୍ରିତ

ରେଖାରେ ରେଖାରେ ସେତ

ହୋଇଅଛି ଯୁକ୍ତ

ଛିଡିଛି ବଂଧନ ଯେବେ

ଅଂଧକାର ଆସିଛି ଘନେଇ ॥୧॥

ପ୍ରୀତିରେ ପ୍ରୀତିରେ କେବେ

କୋମଳ ଗାନ୍ଧାର

ଭୀତିରେ ଭୀତିରେ ପୁଣି

ଅଥଳ ଅନ୍ଧାର

ଧୂସର ଜୀବନେ କେବେ

ସବୁଜିମା ଯାଇଅଛି ଛାଇ ॥୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍