STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୮୨

ଜୀବନ ଗୀତା-୩୮୨

1 min
297



ଜୀବନକୁ ଜପାମାଳି

କରି ମୁଁ ବଞ୍ଚିଛି

ସହସ୍ର ରୂପ ତାହାର

ନିତି ମୁଁ ଦେଖୁଛି ॥୦॥

ଜଡରୁ ଜୀବନ କେବେ

ଜୀବନରୁ ଜଡ

ମାନବ ଜୀବନ ସିନା

ସବୁଠାରୁ ବଡ

ନିତିପ୍ରତି ଚେତନାର

ବିକାଶ ଘଟୁଛି ॥୧॥

ପୂର୍ଣ୍ଣରୁ ଅପୂର୍ଣ୍ଣ କେବେ

ଅପୂର୍ଣ୍ଣରୁ ପୂର୍ଣ୍ଣ

ସମୟର ବିବର୍ତ୍ତନେ

ଭାଙ୍ଗିହୁଏ ଚୂର୍ଣ୍ଣ

ବିକାଶ ଧାରା ସର୍ବଦା

ଜାରି ଯେ ରହିଛି ॥୨॥

ଶେଷରୁ ଆରମ୍ଭ କେବେ

ଆରମ୍ଭରୁ ଶେଷ

ଅତି ଅହଂକାରେ ସିନା

ସୃଷ୍ଟି ହୁଏ ଧ୍ୱଂସ

ରୋଗଶୋକ ଜରାମୃତ୍ୟୁ

ଲାଗି ତ ରହିଛି ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍