ଜୀବନ ଗୀତା-୩୭୯
ଜୀବନ ଗୀତା-୩୭୯
1 min
203
ଜୀବନରେ ଝଡ ଯେତେ
ଡାକି ଆଣଇ ବିପଦ
ଭାଂଗିବାର ଦୁଃଖ ଠାରୁ
ନାହିଁତ ବଡ ଆପଦ ॥୦॥
ମାଟିମା'ର ଟିକିଏ ମମତା
ପାଇବାରେ ଯେଉଁ ବ୍ୟାକୁଳତା
ଆସୁ ଝଡ ଭାଂଗୁ ନୀଡ
ଜନମ ମାଟି ଆମର
ସବୁଠୁଁ ବଡ ସଂପଦ ॥୧॥
ସେନେହଁ ମମତାର ବଂଧନ
ମାଟିମାଆ ସାଥେ ଚିରଦିନ
ରହିଥାଉ ହସୁଥାଉ
ଛୋଟ ସଂସାର ଆମର
ବିଶ୍ୱରେ ଭରି ଆନନ୍ଦ ॥୨॥
