STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୭୫

ଜୀବନ ଗୀତା-୩୭୫

1 min
370



ଜୀବନରେ ସଦାବେଳେ

ଆଲୋକର ପଥ ଅମୃତର ପଥ

ଦେଖାଏ ଏକା ସାହିତ୍ୟ

ଶାଶ୍ୱତର କଥା ବିଶ୍ୱାସର କଥା

ଶୁଣାଏ ସିନା ସାହିତ୍ୟ ॥୦॥

ନୈରାଶ୍ୟ ହଟାଇ ଆଶାରେ ଆଶାରେ

ମନ କରେ କୁତୁକୁତୁ

ବାରୁଦ ଗଦାରେ ନିଆଁ ଲଗାଇ ସେ

ଜାଳିଦିଏ ହୁତୁହୁତୁ

ପର୍ବତ ପ୍ରମାଣେ ଦୁଃଖ ଦୈନ୍ୟତାକୁ

ଚୂନା କରଇ ସାହିତ୍ୟ ॥୧॥

ପ୍ରାଣରେ ପୁଲକ ପ୍ରଚୁର ମାତ୍ରାରେ

ଭରିଦିଏ ପଢୁପଢୁ

ଦେହେ ଶିହରଣ ସ୍ନାୟୁରେ କମ୍ପନ

ଭରିଯାଏ ସବୁଆଡୁ

ନିରସ ଜୀବନ ସରସ କରଇ

ସଂସାରେ ଏକା ସାହିତ୍ୟ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍