ଜୀବନ ଗୀତା-୩୭୪
ଜୀବନ ଗୀତା-୩୭୪
1 min
149
ଅନନ୍ତ ଆକାଶ ଅସରା ଦିଗନ୍ତ
ଅସୁମାରି କୋଳାହଳ
ଦୁର୍ଲଭ ଜୀବନ ଅତୀବ ମହାନ
ନଦୀ ସମ ଛଳଛଳ ॥୦॥
ଜୀବନ ଅଟଇ ତୁଷାର ଶୈଳ
ବାହାରକୁ ଦିଶେ ଅଳ୍ପ
ଭିତରେ ଅଦୃଶ୍ୟ ରହିଛି ଯେତେ
ହେବ ସେ ପୋଥିଏ ଗଳ୍ପ
ଖୋଲିଯିବ ଯେବେ ଗୁମର ତାହାର
ଲାଗିଯିବ କଳିଗୋଳ ॥୧॥
ଜୀବନ ଯେତିକି ଚମକପ୍ରଦ
ସେତିକି ସେ ଧୀରସ୍ଥିର
ସୁକୋମଳ ଯେତେ ଶକ୍ତ ବି ସେତେ
ବିପରିତ ତା ବେଭାର
ଭାବ ସମୁଦ୍ରରେ ବୁଡିଥାଏ କେବେ
ଅଭାବରେ ଟଳମଳ ॥୨॥
