STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୭୪

ଜୀବନ ଗୀତା-୩୭୪

1 min
145


ଅନନ୍ତ ଆକାଶ ଅସରା ଦିଗନ୍ତ

ଅସୁମାରି କୋଳାହଳ

ଦୁର୍ଲଭ ଜୀବନ ଅତୀବ ମହାନ

ନଦୀ ସମ ଛଳଛଳ ॥୦॥

ଜୀବନ ଅଟଇ ତୁଷାର ଶୈଳ

ବାହାରକୁ ଦିଶେ ଅଳ୍ପ

ଭିତରେ ଅଦୃଶ୍ୟ ରହିଛି ଯେତେ

ହେବ ସେ ପୋଥିଏ ଗଳ୍ପ

ଖୋଲିଯିବ ଯେବେ ଗୁମର ତାହାର

ଲାଗିଯିବ କଳିଗୋଳ ॥୧॥

ଜୀବନ ଯେତିକି ଚମକପ୍ରଦ

ସେତିକି ସେ ଧୀରସ୍ଥିର

ସୁକୋମଳ ଯେତେ ଶକ୍ତ ବି ସେତେ

ବିପରିତ ତା ବେଭାର

ଭାବ ସମୁଦ୍ରରେ ବୁଡିଥାଏ କେବେ

ଅଭାବରେ ଟଳମଳ ॥୨॥


Rate this content
Log in