STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୭୧

ଜୀବନ ଗୀତା-୩୭୧

1 min
662


ଜୀବନ ଭୋଗିଛି

ଘରପୋଡି କେତେ

ତଥାପି ମନ ତ

ଘୋଡାଚଢି ମାତେ ॥୦॥

ଘରପୋଡି ନିଆଁ

ରୋକି ତ ହୁଏନା

ମନରେ ଲଗାମ

ଦେଇବି ହୁଏନା

ହନ୍ତସନ୍ତ ହୋଇ

ଖାଲି ଦିନ ବିତେ ॥୧॥

ଯେତେକ ସୁନେଲି

ଆଶା ଆଶ୍ୱାସନା

ଆଞ୍ଜୁଳାଏ ନିଆଁ

ଜାଳି କରେ ଚୂନା

ଖାଣ୍ଡବ ବନ ଏ

ଜୀବନଟା ସତେ ॥୨॥

ଘୋଡାଚଢା ସ୍ୱପ୍ନ

ରଂଗିନ ନିଶାରେ

ଝୁମିଯାଏ ମନ

ଆଶାରେ ଆଶାରେ

ଓଲଟି ଦାସ ସେ

ଚେଷ୍ଟାକରୁ ଯେତେ ॥୩॥


Rate this content
Log in