ଜୀବନ ଗୀତା-୩୬୮
ଜୀବନ ଗୀତା-୩୬୮
1 min
268
ଜୀବନକୁ କଷେ କିଏ
ଖାଲି ଗଣିତରେ
ଜୀବନକୁ ଗାଏ କିଏ
ଗୀତରେ ଗୀତରେ ॥୦॥
ବିନ୍ଦୁଏ ମାତ୍ର କାକର
ଜାଳଇ ଆମ୍ବ ବଉଳ
ଜାଳିଦିଏ ଭବିଷ୍ୟତ
ଯେତେସବୁ ସମ୍ଭାବନା
ବିନ୍ଦୁଏ କାକର ପୁଣି
ଫୁଲ ପାଇଁ ପ୍ରବୋଧନା
ହୀରା ସମ ଚମକଇ
ପତରେ ପତରେ ॥୧॥
ଜୀବନର ମୂଳମନ୍ତ୍ର
ସରଳ ଗଣିତ ସୂତ୍ର
ଜୀବନର ପଦ୍ୟ ସବୁ
ମନ କରେ ଆନମନା
କଠିନ ଗଣିତ ସୂତ୍ର
କରାଏ ତ ଦୃଢମନା
ଶିଖାଇ ଦିଏ ଜିଇଁବା
ସତରେ ସତରେ ॥୨॥
