ଜୀବନ ଗୀତା-୩୬୪
ଜୀବନ ଗୀତା-୩୬୪
1 min
750
ଛବିଳ ଜୀବନେ ଯେତେ
ଅଶ୍ରୁଳ କାହାଣୀ
ଅଣ୍ଟିବନି ରାତିଦିନ
ବସିଲେ ବଖାଣି ॥୦॥
ଭାଗ୍ୟର ପ୍ରତିକୂଳରେ
ପହଁରି ପହଁରି
ପ୍ରତିପଦେ ଜୀବନତ
ହେଉଥାଏ ପାରି
ସମୟର ନଈ କୂଳ ଉଛୁଳାଇ
ବହୁଥାଏ ଅବିରତ
ଅତୀବ ଉଜାଣି ॥୧॥
ଦ୍ରୁତ ପବାହ ସାଥିରେ
ତାଳ ଦେଉଦେଉ
ଶେଷବେଳ ଉପସ୍ଥିତ
ହୁଏ ଚାହୁଁଚାହୁଁ
ଜୀବନକୁ ଧରି ରଖିଛି କେ ପାରି
ସମୟ ବିତିଲେ ହୁଏ
ଅଚଳ ଆଠେଣି ॥୨॥
