ଜୀବନ ଗୀତା-୩୫୯
ଜୀବନ ଗୀତା-୩୫୯
1 min
155
କେତେବେଳେ ଫୁରୁଫୁରୁ
ଫୁଲ ପରି ଜୀବନ
କେବେପୁଣି ଭାରିଭାରି
ପଥରର ବନ୍ଧନ ॥୦॥
ଭାବରେ ଅଭାବ କେବେ
ଅଭାବରେ ଭାବ
ଭୋଗେ ଯିଏ ଜାଣେ ସିନା
କେତେ ହାନିଲାଭ
ହୃଦୟରେ ରୁଗୁରୁଗୁ
ମିଠାମିଠା ଜ୍ୱଳନ ॥୧॥
ବ୍ୟଥାରେ ବତୁରା ଦୁଃଖ
ତାଳୁରୁ ତଳିପା
ଉପରେ ଢାଙ୍କୁଣି ଖାଲି
ସୁଖର ଖୋଳପା
ଜୀବନଟା ଜଳୁଜଳୁ
ସରିଯାଏ ଇନ୍ଧନ ॥୨॥
