STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୫୪

ଜୀବନ ଗୀତା-୩୫୪

1 min
603


ଜୀବନ ପଥରେ ହଜିଗଲେ କେତେ

କହିକେ ପାରିବ ନାହିଁ

ନୂତନ ପଥିକ ଯୋଗଦେଲେ ଯେତେ

ହିସାବ ତାହାର ନାହିଁ ॥୦॥

ହସୁଥାଏ କିଏ କାନ୍ଦୁଥାଏ କିଏ

କାହାରବା କିବା ଯାଏ

ପୁଷମାସ କାର ସର୍ବନାଶ କାର

ଭୋଗେ ଯିଏ ଜାଣେ ସିଏ

ସବୁଥାଇ ପୁଣି ଅଭାବ କେଉଁଠି

ସେକଥା ଜାଣେନା କେହି ॥୧॥

ବିଷ ପିଏ କିଏ ସୁଧା କିଏ ପିଏ

ଯାହାର ଯେମିତି କର୍ମ

କିଏ ଖୋଜୁଥାଏ କିଏ ପାଉଥାଏ

ଯାହାର ଯେପରି ଧର୍ମ

ଗହଳି ଭିତରେ ନିଜପଥ ଏକା

ଚାଲିବାକୁ ହୁଏ ଭାଇ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍