STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୫୩

ଜୀବନ ଗୀତା-୩୫୩

1 min
449


ଜୀବନ ଯେତେ ଯାଦୁ ଦେଖାଏ

ଯାଦୁକର ଯିବ ହାରି

ଖେଳ କରିବାରେ ଓସ୍ତାତ ସେ

ହେବ କିଏ ତାର ସରି ॥୦॥

ଅଭିଜ୍ଞ ବିନ୍ଧାଣୀ ଜୀବନ ଯେବେ

ଖେଳରେ ଜିତୁଥାଏ

ବାହାଦୁରି କେବେ ମାରେନା ସିଏ

କରମ କରିଯାଏ

ପ୍ରଶଂସା କିଏ କରୁକି ନାହିଁ

କରେନା ସିଏ ଖାତିରି ॥୧॥

ପୋଖତ ଖେଳାଳୀ ଜୀବନ ଯଦି

ଖେଳରେ ହାରେ ଦିନେ

ଲୁଚେଇ ଲୁଚେଇ ଲୁହ ଢାଳଇ

ଏକାକି ଘରକୋଣେ

କାହାରି ଆଗେ ଦେଖାଏ ନାହିଁ

ଅସଫଳତା ତାହାରି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍