ଜୀବନ ଗୀତା-୩୫୦
ଜୀବନ ଗୀତା-୩୫୦
1 min
297
ମଧୁର ଆତୁରତାରେ
ଜୀବନର ଶଙ୍ଖନାଦ
ଅନ୍ତରକୁ ସଦାବେଳେ
କରୁଥାଏ ଆଲୋଡିତ ॥୦॥
ସମୟ ଢେଉରେ ଭାସେ
ଭାବ ଦିଆନିଆ
ଜୀବନ ମରଣଶୀଳ
ଅଢେଇ ଦିନିଆ
ଆଜି ଅଛି କାଲି ନାହିଁ
ତଥାପି ଜୀବନ ସଦା
କରୁଥାଏ ଆଚମ୍ବିତ ॥୧॥
ବିଧିର ବିଧାନ ବଡ
ଅଟେ ସଂସାରରେ
ଜୀବନ ତାହାକୁ ଟପି
ଯାଇତ ନପାରେ
ଆସୁଥାଏ ଯାଉଥାଏ
ପୁରୁଣା ଘଟ ବଦଳି
ନୂଆ ଘଟେ ଆଲୋକିତ ॥୨॥
