ଜୀବନ ଗୀତା-୩୩୧
ଜୀବନ ଗୀତା-୩୩୧
1 min
315
ଜୀବନରେ ଉଚ୍ଚାରଣ ଆଉ ଆଚରଣ
ଯେବେ ନହୁଏ ଏକା
ରହସ୍ୟରେ ଭରପୂର ଅଜବ ମାନବ
ଜମା ନାହିଁ ତ ଶିକ୍ଷା ॥୦॥
କହୁଥାନ୍ତି କିଛି କରୁଥାନ୍ତି କିଛି
ପାଗଳଙ୍କ କାମ ଇଏ
ଜୀବନରେ ତାଙ୍କୁ ନାହିଁ ତ ବିଶ୍ୱାସ
ଅବିଶ୍ୱାସୀ ଲୋକ ସିଏ
ସେମିତିକା ଲୋକ ଠାରୁ ଦୂରେଇ ରହିଲେ
ନିଜକୁ ମିଳେ ସୁରକ୍ଷା ॥୧॥
କଥାରେ ଯାହାର ନଥାଏ ଓଜନ
ବଦଳୁଥାଏ ସର୍ବଦା
ସେଭଳି ଲୋକଙ୍କ ସାଥିରେ ବେଭାର
କରିବା ସିନା ଅଯଥା
କଥା ଦେଇ କଥା ନରଖିବାରେ ଧୁରୀଣ
ଅନେକ ତାଙ୍କର ସଂଖ୍ୟା ॥୨॥
