ଜୀବନ ଗୀତା-୩୩୦
ଜୀବନ ଗୀତା-୩୩୦
1 min
523
ଜୀବନର ମଞ୍ଜକଥା
ସତରେ ବୁଝିଛି ଯିଏ
ତାପାଇଁ ଜୀବନ କେବେ
ଅନ୍ତଃସାର ଶୂନ୍ୟ ନୁହେଁ ॥୦॥
ପ୍ରବଞ୍ଚନାପୂର୍ଣ୍ଣ ଜୀବନ ଯାହାର
ସେ କାହୁଁ ଜାଣିବ ସତତାର ମୂଲ
ସହଜଲବ୍ଧ ନୁହଁଇ ସେତ
ମଞ୍ଜକଥା ଜାଣିବାକୁ
ଶ୍ରମ କରିବାକୁ ହୁଏ ॥୧॥
ବିବେକର ହାତ ଧରି ଚାଲୁଥିଲେ
ଜୀବନର ମାନ ବଢିଯାଏ ଧୀରେ
ଆୟାସସାଧ୍ୟ ଜୀବନ ବେଦ
ଶୁଦ୍ଧଭାବେ ଲେଖିବାକୁ
ଜଗି ଚଳିବାକୁ ହୁଏ ॥୨॥
