STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୩୦

ଜୀବନ ଗୀତା-୩୩୦

1 min
529


ଜୀବନର ମଞ୍ଜକଥା

ସତରେ ବୁଝିଛି ଯିଏ

ତାପାଇଁ ଜୀବନ କେବେ

ଅନ୍ତଃସାର ଶୂନ୍ୟ ନୁହେଁ ॥୦॥

ପ୍ରବଞ୍ଚନାପୂର୍ଣ୍ଣ ଜୀବନ ଯାହାର

ସେ କାହୁଁ ଜାଣିବ ସତତାର ମୂଲ

ସହଜଲବ୍ଧ ନୁହଁଇ ସେତ

ମଞ୍ଜକଥା ଜାଣିବାକୁ

ଶ୍ରମ କରିବାକୁ ହୁଏ ॥୧॥

ବିବେକର ହାତ ଧରି ଚାଲୁଥିଲେ

ଜୀବନର ମାନ ବଢିଯାଏ ଧୀରେ

ଆୟାସସାଧ୍ୟ ଜୀବନ ବେଦ

ଶୁଦ୍ଧଭାବେ ଲେଖିବାକୁ

ଜଗି ଚଳିବାକୁ ହୁଏ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍