STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୨୯

ଜୀବନ ଗୀତା-୩୨୯

1 min
635


ଜୀବନର ଯେତେ ନୀଳ ଅନୁରାଗ

ପାଲଟିଲା ନୀରବ ଯାତନା

ଏକାଏକା ସବୁ ମିଛ ଅଭିଯୋଗ

କରିବାକୁ ହୋଇଛି ସାମନା ॥୦॥

କୁହୁଳା ଦୁଃଖରେ ଜଳିଛି ଦିନସାରା

ଭଙ୍ଗା ହୃଦୟରେ ଚେଇଁଛି ରାତିସାରା

ତଥାପି ଦୁର୍ଦ୍ଦିନ ଯାଇନାହିଁ ଅଛି

ଦେବାପାଇଁ ଆହୁରି ଯନ୍ତ୍ରଣା ॥୧॥

ହଜିଲା ଖୁସିକୁ ଖୋଜିଛି କେତେଥର

ପାଇନି କେବେବି ଥରଟେ ଛୁଆଁ ତାର

ଜୀବନର ଏଇ ଲମ୍ବା କାଳରାତି

ପାହିବକି ନାହିଁ ମୁଁ ଜାଣେନା ॥୨॥


Rate this content
Log in