STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୨୭

ଜୀବନ ଗୀତା-୩୨୭

1 min
264



ଜୀବନ ଯାପନ କାପାଇଁ ସରଳ

କାହାପାଇଁ ତ କଠିନ

ଜୀବନକୁ କିଏ ଉପଭୋଗ କରେ

କାହାପାଇଁ ସେ ବନ୍ଧନ ॥୦॥

କାହାର ଜୀବନ ଏକ ସୁନ୍ଦର କାହାଣୀ

କାହାର ବିରହ ଗାଥା

କାହାର ଜୀବନ ବିତୁଥାଏ ସୁକର୍ମରେ

କାହାର ବିତେ ଅଯଥା

ଜୀବନ ଯଜ୍ଞରେ ସମିଧ କେ ହୁଏ

କିଏ ଢାଳଇ ଇନ୍ଧନ ॥୧॥

ଜୀବନର ଜୟଗୀତି ବୋଲୁଥାଏ କିଏ

କାହାର ମାଟିରେ ପ୍ରୀତି

କିଏ ବଡ଼ଦାତା କିଏବା ଗ୍ରହିତା ଏଠି

ଯାହାର ଯେମିତି ତୃପ୍ତି

ଜୀବନ ରଂଗିନ ଇନ୍ଦ୍ରଧନୁ ଟିଏ

ମର୍ତ୍ତରେ ରଚେ ନନ୍ଦନ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍