ଜୀବନ ଗୀତା-୩୨୬
ଜୀବନ ଗୀତା-୩୨୬
1 min
628
ଜୀବନର ବାସ୍ତବତା
ଯେତେବି କଠୋର ହେଉ
ତା ଭିତରେ ସ୍ୱପ୍ନ କିନ୍ତୁ
କିଛିକିଛି ରହିଥାଉ ॥୦॥
ସମସ୍ୟା ଘେରରେ ଜୀବନ ଯେବେ
ଅଣନିଶ୍ୱାସୀ ଲାଗେ
ସ୍ୱପ୍ନର ଟିକେ କଅଁଳ ଛୁଆଁରେ
ମନରେ ଆଶା ଜାଗେ
ଯେତେସବୁ ବିଭଙ୍ଗତା
ଯୋଡି ପୁଣି ହୋଇଯାଉ ॥୧॥
ଅସହାୟ ଏଇ ଜୀବନ ଯେବେ
ସୁଅରେ ଭାସୁଥାଏ
ସ୍ୱପ୍ନର ଟିକେ ପିଠି ଆଉଁଶାରେ
କୂଳରେ ଲାଗିଯାଏ
ଯେତେସବୁ ବିଫଳତା
ସଫଳତା ପାଇଯାଉ ॥୨॥
