STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୨୬

ଜୀବନ ଗୀତା-୩୨୬

1 min
623


ଜୀବନର ବାସ୍ତବତା

ଯେତେବି କଠୋର ହେଉ

ତା ଭିତରେ ସ୍ୱପ୍ନ କିନ୍ତୁ

କିଛିକିଛି ରହିଥାଉ ॥୦॥

ସମସ୍ୟା ଘେରରେ ଜୀବନ ଯେବେ

ଅଣନିଶ୍ୱାସୀ ଲାଗେ

ସ୍ୱପ୍ନର ଟିକେ କଅଁଳ ଛୁଆଁରେ

ମନରେ ଆଶା ଜାଗେ

ଯେତେସବୁ ବିଭଙ୍ଗତା

ଯୋଡି ପୁଣି ହୋଇଯାଉ ॥୧॥

ଅସହାୟ ଏଇ ଜୀବନ ଯେବେ

ସୁଅରେ ଭାସୁଥାଏ

ସ୍ୱପ୍ନର ଟିକେ ପିଠି ଆଉଁଶାରେ

କୂଳରେ ଲାଗିଯାଏ

ଯେତେସବୁ ବିଫଳତା

ସଫଳତା ପାଇଯାଉ ॥୨॥




Rate this content
Log in