ଜୀବନ ଗୀତା-୩୨୩
ଜୀବନ ଗୀତା-୩୨୩
1 min
290
ଜୀବନ ଚିର ରହସ୍ୟମୟ
ଏକ ଶେଷହୀନ ଗ୍ରନ୍ଥ
ସରଳ କେବେ ଜଟିଳ କେବେ
ଏଇ ଜୀବନର ପଥ ॥୦॥
ଅଂଧାର ପଥକୁ ଆଲୋକିତ କରି
ଜୀବନ ଚାଲିଥାଏ
କେବେପୁଣି ସିଏ ଆଲୁଅ ଜାଗାରେ
ଅଂଧାର ଆଣିଦିଏ
ବହୁରୂପୀ ଏଇ ଜୀବନର ନଈ
ପଥର ବଂଧକୁ ଭାଂଗିଦେଇ
ମାନେନା ପଥ ଅପଥ ॥୧॥
ବିରୋଧାଭାସରେ ନିଜକୁ ନିଜେ ସେ
ବିରୋଧ କରୁଥାଏ
କେବେପୁଣି ସିଏ ନିଜ ସପକ୍ଷର
ଭାଷଣ ଦେଉଥାଏ
ଜୀବନର ଚକ ଜୀବନର ଅଖ
ଘର୍ଘର ନାଦରେ ଚାଲିଥାଏ
ଜୀବନ ବିଜୟ ରଥ ॥୨॥
