ଜୀବନ ଗୀତା-୩୧୯
ଜୀବନ ଗୀତା-୩୧୯
1 min
234
ସନ୍ୟାସୀ ଜୀବନେ ନଥାାଏ ତ ରଂଗ
ନଥାଏ ହଟଚମଟ
କାମନା ବାସନା ଦେଇ ଜଳାଞ୍ଜଳି
ଅଣ୍ଟାରେ ଶୂନ୍ୟ କରାଟ ॥୦॥
ବୈରାଗୀ ଭ୍ରମର ଏ ଫୁଲୁ ସେ ଫୁଲ
ଉଡି ବୁଲେନା ଅଲକ୍ଷ୍ୟେ
ଅଦେଖା ପଥରେ ଚାଲିଥାଏ ଧୀରେ
ବିଭୁ ନାମ ନେଇ ମୁଖେ
ହୃଦୟ ହୁଡିଲେ ବିବେକ ତାହାର
କରଇ ସିନା ଆକଟ ॥୧॥
ତତଲା ବାଲିରେ ପାଦ ପୋଡିଗଲେ
ଅଟକି ଯାଏନା ସିଏ
ଘଡିଏ ପହରେ ବସଇ ଛାଇରେ
ଆରାମ ପାଇଁ ଟିକିଏ
ଉଦ୍ଦେଶ୍ୟ ତାହାର ଅତୀବ ମହତ
ମାନେନା ବାଧା, ସଂକଟ ॥୨॥
