ଜୀବନ ଗୀତା-୩୧୭
ଜୀବନ ଗୀତା-୩୧୭
1 min
680
ଜୀବନ ଯେତିକି ବ୍ୟାପକ
ସେତିକି ପୁଣି ଗଭୀର
ସଂଘର୍ଷମୟ ଏ ଜୀବନ
ସତରେ କେତେ ସୁନ୍ଦର ॥୦॥
ଅସୀମ ଅନନ୍ତ ପଥପରେ ସେତ
ସର୍ବଦା ଧାଇଁ ଚାଲିଛି
ଗଉରବମୟ ଜୀବନ ଅକ୍ଷୟ
କ୍ଷୟ ତାର ନାହିଁ କିଛି
ଲକ୍ଷ୍ୟର ସଂଧାନେ ଜୀବନ
ସଦାହୁଏ ଅଗ୍ରସର ॥୧॥
ସଂଗ୍ରାମ ପଥରେ ଅସୀମ ଶ୍ରଦ୍ଧାରେ
ଜାରି ରଖିଛି ପ୍ରୟାସ
ଜୀବନ ଯାତ୍ରାରେ ପିଇବାକୁ ମିଳେ
ବିଷ ହେଉକି ପୀୟୂଷ
ହାରିଯାଇ ନାହିଁ କେବେ ସେ
ଧାଉଁଅଛି ନିରନ୍ତର ॥୨॥
