STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୧୧

ଜୀବନ ଗୀତା-୩୧୧

1 min
470


ସକାଳର ଅପେକ୍ଷାରେ

ନିପୀଡିତ ଏ ଜୀବନ

କଟେନାହିଁ କାଳରାତ୍ରି

ହୁଏନା ଦୁଃଖ ଖଣ୍ଡନ ॥୦॥

ସୂରୁଯର ସିନ୍ଦୁରିତ

ଆଭା ପୂରୁବ ଗଗନେ

ଦେଖିବାକୁ କେତେ ଆଉ

ବିଳମ୍ବ ଏଇ ଜୀବନେ

କେତେ ସହିବାକୁ ଅଛି

ଭାଗ୍ୟରେ ଆଉ କଷଣ ॥୧॥

ତପସ୍ୟାର ଫଳ ସବୁ

ପାଲଟିଲା ଅଭିଶାପ

ମନ ହୃଦୟକୁ ଜାଳେ

ଯେତେସବୁ ପରିତାପ

କୋହରେ କାତର ମନ

କରଇ ଖାଲି କ୍ରନ୍ଦନ ॥୨॥




Rate this content
Log in