ଜୀବନ ଗୀତା-୩୧୧
ଜୀବନ ଗୀତା-୩୧୧
1 min
473
ସକାଳର ଅପେକ୍ଷାରେ
ନିପୀଡିତ ଏ ଜୀବନ
କଟେନାହିଁ କାଳରାତ୍ରି
ହୁଏନା ଦୁଃଖ ଖଣ୍ଡନ ॥୦॥
ସୂରୁଯର ସିନ୍ଦୁରିତ
ଆଭା ପୂରୁବ ଗଗନେ
ଦେଖିବାକୁ କେତେ ଆଉ
ବିଳମ୍ବ ଏଇ ଜୀବନେ
କେତେ ସହିବାକୁ ଅଛି
ଭାଗ୍ୟରେ ଆଉ କଷଣ ॥୧॥
ତପସ୍ୟାର ଫଳ ସବୁ
ପାଲଟିଲା ଅଭିଶାପ
ମନ ହୃଦୟକୁ ଜାଳେ
ଯେତେସବୁ ପରିତାପ
କୋହରେ କାତର ମନ
କରଇ ଖାଲି କ୍ରନ୍ଦନ ॥୨॥
