STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୦୯

ଜୀବନ ଗୀତା-୩୦୯

1 min
589


ଜୀବନରେ ଭୁଲ୍​ ବୁଝାମଣା

ମନ କରିଦିଏ ବିଚଳିତ

ଚାଲିବାକୁ ହୁଏ ଜୀବନର

ପଥସାରା ହୋଇ ଭାରାକ୍ରାନ୍ତ ॥୦॥

ଆପଣାକୁ ଆମେ ଜାଣୁ ଯେତେ

ଅପରକୁ ଜାଣୁନାତ ସେତେ

ସେଥିପାଇଁ ଭୁଲ୍​ ବୁଝାମଣା

ହୋଇଯାଏ ଉଭୟଙ୍କ ମଧ୍ୟେ

ବାହାର କାରଣ ବେଳେବେଳେ

କରିଥାଏ ପୁଣି ପ୍ରଭାବିତ ॥୧॥

ଅସହାୟ ଅଟେ ଯିଏ ଯେତେ

ଭୋଗେ ସେତେ ବାହ୍ୟ ଆକ୍ରମଣ

ପ୍ରତିରୋଧ କରିବାକୁ ହେଲେ

ନିଜ ମନ କର ନିୟନ୍ତ୍ରଣ

ପଦ୍ମପତ୍ରରେ ଜଳ ପରି

ସଂସାରରେ ରୁହ ଅନାସକ୍ତ ॥୨॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍