STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୦୫

ଜୀବନ ଗୀତା-୩୦୫

1 min
796


ଜୀବନର ନାଭିନାଡ

ମାଟି ସହ ଯୁକ୍ତ

ମାଟି ସହିତ ଜୀବନ

ଅଙ୍ଗାଙ୍ଗୀ ଜଡିତ ॥୦॥

ପାଇ ହରାଇବା

ନପାଇ ପାଇବା,

ମାଟିର ମହକ ଛୁଆଁ

ପାଇନି ଯିଏ

ଜୀବନ ତାର ଅସାର

ଅଲୋଡା ହୁଏ

ମାଟିର ମାୟା ସର୍ବଦା

କରେ ଆକର୍ଷିତ ॥୧॥

ଖୋଜିବା ଲୋଡିବା

ଭିତରେ ମଜ୍ଜିବା,

ଭଙ୍ଗୁର ଜୀବନ ଶେଷେ

ମାଟିରେ ମିଶେ

ମାଟିରୁ ଜନମି ପୁଣି

ମାଟି ହୁଏସେ

ଜୀବନ ଜନ୍ମରୁ ମାଟି

ସହ ସଂପର୍କିତ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍