STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୦୦

ଜୀବନ ଗୀତା-୩୦୦

1 min
265


ଜୀବନରେ ଯଦି ଉତ୍ତେଜନା ନାହିଁ

ନାହିଁବି ପାଗଳପଣ

ସେ ଜୀବନ ସିନା ଶିଥିଳ ସଂକୀର୍ଣ୍ଣ

ନଥାଏ ତାହାର ଟାଣ ॥୦॥

ଜୀବନର ସବୁ ଅସଙ୍ଗତିକୁ

ଆପଣେଇ ନିଏ ଯିଏ

ତାହାଠାରୁ ବଳି ବୀର ବା ଆଉ

ପୃଥିବୀରେ ଅଛି କିଏ

ଜୀବନରେ ଯଦି ଉଦ୍ଦୀପନା ନାହିଁ

କିଛିବି ନଥାଏ ଜାଣ ॥୧॥

ଜୀବନର ଯେତେକ ଉପଭୋଗ୍ୟ

ଉପଭୋଗ କରେ ଯିଏ

ପୃଥିବୀର ସବୁ ସୌନ୍ଦର୍ଯ୍ୟ ବସ୍ତୁ

ପାଇପାରେ ସିନା ସିଏ

ଜୀବନରେ ଯଦି କଉତୁକ ନାହିଁ

ଜୀବନ ନୁହେଁ ରଂଗୀନ ॥୨॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍