STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୮୩

ଜୀବନ ଗୀତା-୨୮୩

1 min
715


ଜୀବନ ତ ପିନ୍ଧିଥାଏ

ଯୋଡା ତାଳିପକା ବାସ

ଓଠରେ ତାହାର ଖିଏ

ରଫୁକରା ମ୍ଳାନ ହସ ॥୦॥

ଉଦାସୀ ଉଦାସୀ ଭାବନା ତାହାର

ବେଦନାତୁର ଅନ୍ତର

ନିଟୋଳ ନିଟୋଳ ଆଖିରେ ତାହାର

ଛାଇଥାଏ ଅନ୍ଧକାର

ପଞ୍ଜରା ଥରାଇ ଉଠେ

କେତେକେତେ ଦୀର୍ଘଶ୍ୱାସ ॥୧॥

ନିଶୂନ ନିଶୂନ ରାତ୍ରିର ପ୍ରହରେ

ଅମାନିଆ ଆଖିପତା

ଲୁହରେ ଲୁହରେ ବତୁରାଇ ଦିଏ

ଜୀବନର ଇତିକଥା

ଇଥର ଥରାଇ ଦିଏ

ଅନ୍ତରର ଅବସୋସ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍