STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୮୧

ଜୀବନ ଗୀତା-୨୮୧

1 min
383


ଜୀବନ ନଈରେ କେତେ

ପାଣି ବହି ଗଲାଣି

ସ୍ମୃତିର ତୁଠରେ କେତେ

ଶିଉଳି ବସିଲାଣି ॥୦॥

ସମୟ କାହାକୁ କରେନା ଅପେକ୍ଷା

ଧାଉଁଥାଏ ଅବିରତ

ତା ପାଦରେ ପାଦ ମିଶାଇ ପାରିଲେ

ଜୀବନ ତ ଫଳପ୍ରଦ

ପଛରେ ପଡଇ ଯିଏ

ଜୀବନ ତା ଉଜାଣି ॥୧॥

ସ୍ମୃତିରେ ଶିଉଳି ବସିଗଲେ ଥରେ

ଭୁଲିଯାଏ ସବୁକିଛି

ଆତ୍ମୀୟ ସ୍ୱଜନ ବଂଧୁ ପରିଜନ

ମନେ ରହେନାହିଁ କିଛି

ସାରା ପରିବାର ମଧ୍ୟେ

ପଡିଯାଏ ଭାଳେଣି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍