STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୭୬

ଜୀବନ ଗୀତା-୨୭୬

1 min
301


ଜୀବନର ଗୁଡି

ଯାଏ ଉଡିଉଡି

ନଟ ହାତରେ ନଟେଇ

ଛାଡିଲେ ଉଡୁଚି

ଟାଣିଲେ ପଡୁଚି

ସୂତା ତ ଯାଏ ଲଟେଇ ॥୦॥

ଶୂନ୍ୟରେ ଖେଳୁଛି ଖେଳ

ମନତଳ ଟଳମଳ

ଚାଖଣ୍ଡେ ଆକାଶ ତାର

ମୁଠାଏ ମାଟିର ବଳ

ଖୋଲା ଆକାଶରେ

ଉଡିଉଡି ସିନା

ଜୀବନ ଦିଏ କଟେଇ ॥୧॥

ମାଟି ମଟାଳର କଥା

ଆକାଶରେ ଦିଏ ଆଙ୍କି

ଆକାଶର ଚିତ୍ରଲିପି

ମାଟିରେବି ଦିଏ ଲେଖି

ଆକାଶ ବୁଝଇ

ମାଟିର ବେଦନା

ସଂଦେଶ ଦିଏ ପଠେଇ ॥୨॥


Rate this content
Log in