STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୭୫

ଜୀବନ ଗୀତା-୨୭୫

1 min
280


ଜୀବନ ଓ ମହାକାଳ

ଅଙ୍ଗାଙ୍ଗୀ ଭାବେ ଜଡିତ

ଆବହମାନ କାଳରୁ

ସଂବନ୍ଧ କାଳ ସହିତ ॥୦॥

କାଳର ଗତି ସହିତ ସଦା

ଚାଲୁଅଛି ପାଦ ମିଶାଇ

ଜୀବନର କେତେ ମୁଖଶାଳା

ମନ୍ଦିର ଗଲାଣି ମିଳାଇ

ତଥାପି ମାଡି ଚାଲିଛି

ଜୀବନ ଭୁଲି ଅତୀତ ॥୧॥

କାଳ କାହାରିକୁ କରେନାହିଁ

ମୁହୂର୍ତ୍ତଟିଏ ବି ଅପେକ୍ଷା

ଜୀବନର ନେଉଥାଏ ନିତି

ମହାକାଳ କେତେ ପରୀକ୍ଷା

କେବେ ଜୀବନ ଉତ୍ତୀର୍ଣ୍ଣ

କେବେପୁଣି ସେ ପତିତ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍