STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୬୮

ଜୀବନ ଗୀତା-୨୬୮

1 min
888


ଜୀବନ ଶୃଙ୍ଖଳିତ

ସତ ଆଉ ନିୟମିତ

ଅନାଦି କାଳରୁ ସେ

ଘୂରୁଅଛି ଚକ୍ରବତ ॥୦॥

ବିଶୃଙ୍ଖଳ ହେଲେ

ଜୀବନର ଧାରା

ଛନ୍ଦହୀନ ହୋଇ

ହୁଏ ସେ ବେସୂରା

ସାମାଜିକ ଜୀବନ

ହୋଇଯାଏ ଅସ୍ତବ୍ୟସ୍ତ ॥୧॥

ପରିବର୍ତ୍ତନର

ବହିଲେ ପବନ

ନୂଆ ରୂପ ସିନା

ନିଅଇ ଜୀବନ

ଅନ୍ତରରେ କିଂତୁ ସେ

ରହିଥାଏ ଶୁଦ୍ଧପୂତ ॥୨॥


Rate this content
Log in