ଜୀବନ ଗୀତା-୨୬୮
ଜୀବନ ଗୀତା-୨୬୮
1 min
886
ଜୀବନ ଶୃଙ୍ଖଳିତ
ସତ ଆଉ ନିୟମିତ
ଅନାଦି କାଳରୁ ସେ
ଘୂରୁଅଛି ଚକ୍ରବତ ॥୦॥
ବିଶୃଙ୍ଖଳ ହେଲେ
ଜୀବନର ଧାରା
ଛନ୍ଦହୀନ ହୋଇ
ହୁଏ ସେ ବେସୂରା
ସାମାଜିକ ଜୀବନ
ହୋଇଯାଏ ଅସ୍ତବ୍ୟସ୍ତ ॥୧॥
ପରିବର୍ତ୍ତନର
ବହିଲେ ପବନ
ନୂଆ ରୂପ ସିନା
ନିଅଇ ଜୀବନ
ଅନ୍ତରରେ କିଂତୁ ସେ
ରହିଥାଏ ଶୁଦ୍ଧପୂତ ॥୨॥
