ଜୀବନ ଗୀତା-୨୬୨
ଜୀବନ ଗୀତା-୨୬୨
1 min
594
ବଂଚିବାର ସ୍ୱାଦ ଜୀବନରେ ଯିଏ
ଅନୁଭବ କରିନାହିଁ
ରାସ୍ତାସବୁ ଧୀରେଧୀରେ ତାପାଇଁକି
ଯାଇଅଛି ବନ୍ଦହୋଇ ॥୦॥
ଜୀବନର ରସଘନ ମୁହୂର୍ତ୍ତରେ
ରସ ଚାଖିନାହିଁ ଯିଏ
ବଂଚିବା ଭିତରେ ସଂପର୍କର କଥା
କହି ପାରିବନି ସିଏ
ସ୍ନେହଁ ମମତାର ଉପପାଦ୍ୟ କଥା
ତାକୁ ମୋଟେ ଜଣାନାହିଁ ॥୧॥
ଜୀବନର ଜୟଯାତ୍ରା ଜନମରୁ
ମରଣରେ ହୁଏ ଶେଷ
ଯାତ୍ରାପଥେ ସ୍ନେହଁପ୍ରେମ ବାଣ୍ଟିଥିଲେ
ବଂଚିବା ସିନା ସରସ
ବଂଚିବାର କଳା ଯିଏ ଜାଣେ ସିଏ
ଇର୍ଷାକୁ ଦିଏ ଉଜେଇଁ ॥୨॥
