STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୪୪

ଜୀବନ ଗୀତା-୨୪୪

1 min
12.8K


 

ଜୀବନର ପାନିପଥ
ଆଜି ଏକମାତ୍ର ପଥ
ସନ୍ଧି ନାହିଁ ଏଠି କେବେ
ଭଗ୍ନ ଜୀବନର ରଥ ॥୦॥

ଜୀବନର ଧାରା
ଯାଇଛି ବଦଳି
ଜୀବନ ତ ନାହିଁ
ଆଉ ଆଗଭଳି
ଜୀବନ ଅନୁଭବ
ଝରାଉଛି ଖାଲି ରକ୍ତ ॥୧॥

ଜୀବନର ଋଣ
କିଏବା ଶୁଝୁଛି
କିଏପୁଣି ଏଠି
କରଜ ଦେଉଛି
ଜୀବନର ଅସ୍ତିତ୍ତ୍ୱ
ଆଜି ପୁରାପୁରି ରିକ୍ତ ॥୨॥


Rate this content
Log in