STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୪୩

ଜୀବନ ଗୀତା-୨୪୩

1 min
12.9K


 
 
ଜୀବନର ଚାପ ଯେତେ
ଚାହିଦା ବି ସେତେ
ପୂରଣ ହେବ କେମିତି
ଭାବି ଦିନ ବିତେ ॥୦॥
 
ଜୀବନ ରହସ୍ୟ କିଏ
ପାରିଛି ବା ବୁଝି
ବୁଝିବାକୁ ଚେଷ୍ଟା ଜାରି
ରହିଛି ବି ଆଜି
ଅବୋଧ୍ୟ ଦୁର୍ବୋଧ୍ୟ
ଜୀବନର ପରିଭାଷା
ଜାଣିଛି କେ ସତେ ॥୧॥
 
ଦ୍ରୁତ ଜୀବନର ଧାରା
ବଢାଏ ସଙ୍କଟ
ମାନେ ନାହିଁ କାହାରି ସେ
କଥା କି ଆକଟ
ଅଥୟ ଅସ୍ଥିର
ସଙ୍କଟାପନ୍ନ ସ୍ଥିତିରେ
ଦିନରାତି ବିତେ ॥୨॥


Rate this content
Log in