STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୪୨

ଜୀବନ ଗୀତା-୨୪୨

1 min
26.7K


 
 
ଜୀବନର ସୃଷ୍ଟି ଜୀବନର ସ୍ଥିତି
ସବୁରି ମୂଳରେ ସତ୍ୟ
ସେ ମହାସତ୍ୟର ଅନୁସନ୍ଧାନରେ
ବିତିଯାଏ ଦିବାରାତ୍ର ॥୦॥
 
ଜୀବନ ଅମୃତ ଧାରା
ଝରି ଚାଲିଛି
କେଉଁ ଆଦିମ କାଳରୁ
ବହି ଯାଉଛି
ଜଡ ଓ ଚେତନ ଦୁଇଗୋଟି ଗୁଣ
ବିଶ୍ୱର ଦୁଇଟି ତତ୍ତ୍ୱ ॥୧॥
 
ଜଡ ଚେତନ ମିଳନେ
ଉପୁଜେ ଶକ୍ତି
ସେଇ ଶକ୍ତିର ପାଇଁକି
ବଢେ ଆସକ୍ତି
ଶୁଦ୍ଧ ଭକ୍ତି ଶୁଦ୍ଧ ଜ୍ଞାନ ଅଟେ ସିନା
ଦୁନିଆରେ ଏକା ନିତ୍ୟ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍