STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୪୧

ଜୀବନ ଗୀତା-୨୪୧

1 min
13.5K


 
 
ଜୀବନ କେବେ ଅଛିଣ୍ଡା ଅଙ୍କର
ଫର୍ଦଫର୍ଦ ରଫ୍ଖାତା
କେବେପୁଣି ସେ ଯତନରେ ଲେଖା
ସୁନ୍ଦର ଗୋଟେ କବିତା ॥୦॥
 
ଜୀବନ ନିଜର ପୃଷ୍ଠା ଚିରି କେତେ
ଡଙ୍ଗାକରି ସେ ଭସାଏ
କେଉଁ ପୃଷ୍ଠା ପୁଣି ଅତି ଆଦରରେ
ସାଇତିକି ରଖିଥାଏ
ପାଲଟେ କେବେ ଦଙ୍ଗାର ଅନଳ
କେବେ ସଞ୍ଜ ସଳିତା ॥୧॥
 
ଜୀବନ କେତେ ଦଙ୍ଗାର ଦାଗକୁ
ଦେହରୁ ଲିଭାଇ ଦିଏ
କେବେପୁଣି ସେ ଦଙ୍ଗାର କ୍ଷତକୁ
ନିଜେଇ ଉଖାରୁଥାଏ
ଜୀବନ କେବେ ଭୁଲିଯାଏ ନାହିଁ
ମାଟି ମାଆର ଅସ୍ମିତା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍